ସରକାର ଙ୍କ ଅମୃତ ସରୋବର ଯୋଜନା କାହା ପାଇଁ।

ଦଶପଲ୍ଲା ;ତା-୩୦/୦୬(ବିଏମସି ଟିଭି ଓଡ଼ିଆ)

ଦେଶରେ ତଥା ରାଜ୍ୟରେ ଜଳ ର ବିଭିନ୍ନ ଉତ୍ସ ଦେଖିବାକୁ ମିଳେ। କୂଅ, ପୋଖରୀ ଆଦି ଜଳ ଉତ୍ସ ଅବସ୍ଥିତ।ଏହା କାହିଁ କୋଉ ରାଜ ରାଜୁଡା ଅମଳରୁ ରହି ଆସିଛି। ପ୍ରତି ଗାଁ ଗାଁ ରେ ପୋଖରୀ ରହିଛି। ଯାହାକି ସେହି ଗ୍ରାମର ଏକ ପରିଚୟ ମଧ୍ୟ। ଜଳ ସରଂକ୍ଷଣ ଦିଗରେ ଏହି ପୋଖରୀ ଗୁଡିକ ର ଅବଦାନ ଅତୁଳନୀୟ। ଏହି ପୋଖରୀ ମନୁଷ୍ୟ ତଥା ଅନ୍ୟ ଜୀବ ଜନ୍ତୁ ଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ସାଧାରଣ ଲୋକମାନେ ଗାଧୋଇବା, ଲୁଗା ସଫା କରିବା, ଗାଈ ଗୋରୁ ପାଣି ପିଇବା ସହିତ ଗାଧୋଇବା ପ୍ରଥମ ରୁ ଚାଲି ଆସିଛି। ତେବେ ଏ ପୋଖରୀ ଗୁଡିକ ର ପୁନଃରୁଦ୍ଧାର ପାଇଁ ଗତ ସରକାର ରେ ଏକ ଅମୃତ ସରୋବର ଯୋଜନା ପ୍ରଣୟନ ହୋଇଥିଲା। ପ୍ରତି ଗ୍ରାମର ଗୋଟିଏ କିମ୍ୱା ଦୁଇଟି ପୋଖରୀ କୁ ଏଥିରେ ସାମିଲ କରାଯାଇ ପୁନଃରୁଦ୍ଧାର ହେବ। ତେବେ ଏହି ଯୋଜନା କାହା ପାଇଁ, ଏହାର ଦିଗ ନିଶ୍ଚିତ ରୂପେ ବିଭ୍ରାନ୍ତ। କାରଣ ଦଶପଲ୍ଲା ଏନ ଏ ସି ରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଦଶପଲ୍ଲା ଅନ୍ୟ ପରିଚୟ ହେଉଛି ବାବୁବସା ପୋଖରୀ। ବାବୁବସା ପୋଖରୀ ଏକ ପୋଖରୀ ନୁହେଁ ସେ ଏକ ପରିଚୟ। ମାତ୍ର ଏହାର ଅବସ୍ଥା ଏତେ ଖରାପ ତାହା ଦେଖିଲେ ଆପଣ ଜାଣି ପାରିବେ। ବିଭିନ୍ନ ଘାସ, ଅନାବନା ଗଛ, ଦଳ ଓ ଅଳିଆ ରେ ଭର୍ତ୍ତି ଏହି ପୋଖରୀ। ଏଥିପାଇଁ କାହାର ନିଘା ନାହିଁ। ଏହି ପୋଖରୀରେ ପୁଣି ମହାପ୍ରଭୁ ଙ୍କ ଚାପ ଖେଳ କରାଯାଏ। ମାତ୍ର ତାହା ଆଜି ଅବହେଳିତ।ଦଶପଲ୍ଲାର ବିକାଶ କଣ ଏଇଭଳି। କେବଳ ଫଳକ ରାଜନୀତି ରେ ସୀମିତ ନ ରହି ପ୍ରକୃତ ବିକାଶ ପକ୍ଷେ କାର୍ଯ୍ୟ କରାଯାଉ ବୋଲି ଦଶପଲ୍ଲା ଜନସାଧାରଣ ଆଲୋଚନା କରୁଛନ୍ତି। ଦେଖାଯାଉ କେବେ ବାବୁବସା ପୋଖରୀ ର ରଙ୍ଗ ବଦଳୁଛି ତାହା ଦେଖିବାକୁ ବାକି ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *