ଦଶପଲ୍ଲା : ତା – ୧୧/୦୫/୨୫ (ବିଏମସି ଟିଭି ଓଡ଼ିଆ)
ରାଜ୍ୟରେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡିଛି। ଲୋକଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଲୋକପ୍ରିୟ ସରକାର ମୋହନ ସରକାର ବିଭିନ୍ନ ନିୟମ ଲାଗୁ କରିଛନ୍ତି। ପ୍ରତ୍ୟେକ ଅଫିସ କୁ ସକାଳୁଆ କରାଯାଇଛି। ଅନେକ ସ୍ଥାନରେ ଜଳ ଛତ୍ର ର ବନ୍ଦୋବସ୍ତ କରାଯାଇଛି। ତେବେ ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ସକାଳ ୧୦/୩୦ ପର୍ଯ୍ୟନ୍ତ କାମ କରିବାକୁ ନିର୍ଦେଶ କରିଛନ୍ତି। ମାତ୍ର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଅନ୍ଧାରକୋଟ ଠାରୁ ଘୁଗୁଡ଼ିପଡ଼ା ରାସ୍ତା କାମ ରେ ଦିନ ତମାମ ଶ୍ରମିକ ମାନେ କାମ କରୁଥିବା ନଜର କୁ ଆସିଛି। ରାସ୍ତା କଡରେ ପିଲାର ପୋତାଯାଉଛି ଏହି ଉଦୁଉଦିଆ ଖରା ସମୟରେ। ତେବେ କଣ୍ଟ୍ରାକ୍ଟର କଣ ସରକାର ଙ୍କ ନିୟମ କୁ ଜାଣିନାହାନ୍ତି ନା ସରକାର ଙ୍କ ନିୟମ କୁ ଅଣଦେଖା କରି ଶ୍ରମିକ ମାନଙ୍କୁ ସେଥିରେ ବଳି ପକାଉଛନ୍ତି। ତେବେ କିଛି ଅଘଟଣ ଘଟିଲେ ସରକାର ଦାୟୀ ରହିବେ ନା ସେହି କାମଟି ନେଇଥିବା କଣ୍ଟ୍ରାକ୍ଟର ଦାୟୀ ରହିବେ?
ପ୍ରଶାସନ ର କଣ ନଜର ଏଥିପ୍ରତି ଆସୁନାହିଁ ନା କିଛି ଭିତିରି କଥା ରହିଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି। ଦେଖାଯାଉ ଆମ ଲୋକ ପ୍ରିୟ ସରକାର ମୋହନ ସରକାର ଙ୍କ ନିୟମକୁ ସମସ୍ତେ ମାନିବା ସହ ସରକାର ଙ୍କ ଆଇନ କୁ ସମ୍ମାନ ଜଣାଇ କେବେ ସୁଧାରି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।