ଦଶପଲ୍ଲା ;ତା-୨୯/୦୬(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଦୁର୍ଗାବଜାର ଓ ସାତପାଟଣା କୁ ବୁଝାଏ। ତେବେ ଦୁର୍ଗାବଜାର ମୁଖ୍ୟ ତୋରଣ ଠାରୁ ତେନ୍ତୁଳି ପାଟଣା ପ୍ରାୟ ୨ କିମି ରାସ୍ତା ମରଣ ଯନ୍ତାରେ ପାଲଟିଯାଇଛି। ବହୁ ଦିନର ଦାବି ସତ୍ୱେ ଏନ ଏ ସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଥିଲା। ରାସ୍ତା ଟିକୁ ଯିଏ ଦେଖିବ ସେ ହିଁ କହିବ ଯେ ରାସ୍ତାର ମରାମତି ବା ଉନ୍ନତି କରଣ ଅନେକ ବର୍ଷ ହେଲା ବୋଧେ ହୋଇନାହିଁ। ତେବେ ଅନେକ ଚେଷ୍ଟା ସତ୍ୱେ ଫଳ ଶୂନ।ତେବେ ଏ ରାସ୍ତା ର ଉନ୍ନତି କରଣ କାର୍ଯ୍ୟ କୁ ପି ଡବ୍ଲୁ ଡି ବିଭାଗ କୁ ହସ୍ତାନ୍ତର କରାଯାଉ ବୋଲି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ବିଗତ ଦିନରେ ଲିଖିତ ଜଣାଇଥିଲେ ଓ ସମସ୍ୟା ର ସମାଧାନ ନ କଲେ ଆଗାମୀ ଦିନରେ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି କହିଥିଲେ । ୫/୬ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବା ଦୂରର କଥା ଏ ସମସ୍ୟା ପ୍ରତି ଆଉ କାହାର ନିଘା ନାହିଁ। ଶୁଣାଯାଏ ରାଜନୈତିକ ଛକପଞ୍ଚା ଯୋଗୁଁ କାର୍ଯ୍ୟ ବନ୍ଦ ହେଉଛି। ବିଧାୟକ ଙ୍କ ଯୋଗୁଁ ହୋଇପାରୁନାହିଁ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଅଛି।ତାହା କେତେଦୂର ସତ ତାହା ସମୟ ଆସିଲେ ଜଣାପଡିବ।ତେବେ ସାତପଟଣା ବାସୀ କଣ ଭୋଟ ଦେଇ ନ ଥିଲେ ନା ଏମିତି ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଦିନ ଗଣୁଥିବେ। ତେବେ ଦଶପଲ୍ଲା ର ସାତପଟଣା ବାସୀ ଙ୍କ ପ୍ରତି କାହାର ଆନ୍ତରିକତା ରହୁନାହିଁ। ଏ ସମସ୍ୟା କୁ ଲୋକପ୍ରିୟ ମୋହନ ସରକାର ଏହାକୁ ଗମ୍ଭୀରତାର ସହ ନେବାକୁ ଲୋକ ଙ୍କ ମଧ୍ୟରେ ଆଲୋଚନା ହେଉଛି। ଦେଖାଯାଉ ସରକାର କେତେ ଶୀଘ୍ର ଏ ସମସ୍ୟା କୁ ଗୁରୁତର ସହ ନେଉଛନ୍ତି ଓ ସମାଧାନ କରୁଛନ୍ତି ତାହା ଦେଖିବାର ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।