ଢେଙ୍କାନାଳ ; ତା-୦୨/୦୧(ବିଏମସି ଟିଭି ଓଡ଼ିଆ)
ବୁଧ ଵାର ଦିନ, ଇଂରାଜୀ ନବବର୍ଷ ର ପ୍ରଥମ ଦିନ ରେ ଜଗତସିଂହପୁର ଜିଲ୍ଳା ର ନୂଆପୋଲ ଠାରେ ଥିବା ଚିତ୍ରକୁଟ ଆଶ୍ରମ ପରିସରରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ଥିବା ସୁପ୍ରତିଷ୍ଠିତ "ନିଃସ୍ଵାର୍ଥ ସେବା ସଂଗଠନ ଚାରିଟେବୁଲ ଟ୍ରଷ୍ଟ," ତରଫରୁ ସଂଗଠନ ର ପ୍ରତିଷ୍ଠାତା ତଥା ସଭାପତି ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ନିଆରା ପ୍ରୟାସ "ଶୀତ ବସ୍ତ୍ର ବଣ୍ଟନ ଉତ୍ସବ" ଅବସର ରେ ବରିଷ୍ଠ ନାଗରିକ ମାନଙ୍କୁ ଶୀତବସ୍ତ୍ର ଵଣ୍ଟନ
।ମଧ୍ୟାହ୍ନ ଭୋଜନ ଓ ସମାଜ ସେବା କୁ ସମ୍ମାନ ଜଣାଇ ଓଡ଼ିଶା ର କୋଣ ଅନୁକୋଣ ରୁ ଆସିଥିବା ସାମାଜିକ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ମାନ ଫଳକ,ଉତ୍ତରୀୟ ତଥା ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ କୁ ସମ୍ମାନିତ କରାଯାଇ ଥିଵା ବେଳେ ସଂଗଠନ ର ଆଜୀବନ ସେବକ ପବିତ୍ର ମୋହନ ସାହୁ ଭାଇ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ମାନ ଫଳକ,
ଉତ୍ତରୀୟ,
ପୁଷ୍ପଗୁଚ୍ଛ ପ୍ରାପ୍ତ କରିଥିଲେ।ଏତାଦୃଶ ସମ୍ମାନ ଜନ୍ମଭୁମି ରାସୋଳ ମାଆ ମାଟିର ସମ୍ମାନ କୁ ବହୁଗୁଣିତ କରି ଥିବା ବେଳେ "ମୋ ଗାଁ ମୋ ସମ୍ମାନ ଆହ୍ବାନ" ର ପ୍ରତିଦାନ ଵୋଲି ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଦୃଢୋକ୍ତି ପ୍ରଦାନ କରିବା ସହିତ ଆୟୋଜକ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।
ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ ର ରାଜ୍ୟ ଆବାହକ
ପ୍ରଭାତ କୁମାର ବାରିକ ଏତାଦୃଶ ସମ୍ମାନ ତଥା ଆୟୋଜକ ଅନୁଷ୍ଠାନର ସେବା କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।
ଢେଙ୍କାନାଳ ରୁ ବିଭୁ ପ୍ରସାଦ ସତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।