ପୋଖରୀ ରେ ବୁଡି ମହିଳା ଙ୍କର ମୃତ୍ୟୁ।

ନୟାଗଡ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫାଲପାଜୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଫାଲପାଜୁ ଗ୍ରାମରେ ଥିବା ଏକ ପୋଖରୀକୁ ଚାରିଫୁଲ ବିନ୍ଧାଣି (୫୦)ଶୌଚ ହେବାକୁ ଯିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକ ଓ ସେହି ଗ୍ରାମର ଲୋକ ବହୁତ ଖୋଜା ଖୋଜି କରିବା ପରେ ଚାରିଫୁଲ ପାଣିରେ ଭାସୁଥିବାର ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇଁ ଦମକଳ ବାହିନୀ ପାଣିରୁ ଉଦ୍ଧାର କରିଥିଲେ। ୧୦୮ଆମ୍ବୁଲାନ୍ସ ରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଵାଣିଗୋଚ୍ଛା ପୋଲିସ ମହିଳାଙ୍କ ମୃତ ଶରୀରକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି। ସୂଚନା ଯୋଗ୍ୟ ଯେ ଚାରିଫୁଲ ବିନ୍ଧାଣି ହେଉଛନ୍ତି କୁଜମେଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ବୋଲି ଜଣାପଡିଛି। ସେ ତାଙ୍କ ସମ୍ପର୍କୀୟ ଭଉଣୀ ଘରକୁ ଆସିଥିବା ପରିବାର ଲୋକ କହିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *