ସନ୍ଦେହ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଧାର ।

ମାଲକାନଗିରି ; ତା-୦୫/୧୨(ବିଏମସି ଟିଭି ଓଡ଼ିଆ)

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ସଦର ସରକାରୀ ସୁଲଭ ଦୋକାନ ବାହାରେ ଏକ ମହିଳାଙ୍କ ମୃତଦେହ ପଡିଥିବାର ଗ୍ରାମବାସି ଦେଖିଥିଲେ । ଗ୍ରାମ ବାସୀଙ୍କ ତରଫରୁ ତୁରନ୍ତ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା କ୍ଷଣି ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ସୂଚନା ମୁତାବକ ଉକ୍ତ ମହିଳାଙ୍କ ଘର କୁଡୁମୁଳୁ ଗୁମା ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏଠାକୁ ଆସି ରହି ବିଭିନ୍ନ ସ୍ଥାନରେ କୁଲି କାମ କରି ଚଳୁଥିଲେ । ହେଲେ ଆଜି ସକାଳେ ତାଙ୍କର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ତରଫରୁ ଏକ ଅପମୃତୁ ମାମଲା ପିଏସ ନଂ୧୮/୨୦୨୪ରୁଜୁ କରିବା ସହିତ ମାଲକାନଗିରି ଏସଡ଼ିଓ ସଚିନ ପଟେଲଙ୍କ ଉପସ୍ଥିତିରେ କୋରାପୁଟରୁ ଆସିଥିବା ତଦନ୍ତକାରୀ ଅଧିକାରୀଙ୍କ ଜରିଆରେ ତଦନ୍ତ କରିବା ସହ ମୃତ ମହିଳାଙ୍କ ଶବକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟକୁ ନିଆଯାଇଛି ।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଏବଂ ବ୍ୟବ ଛେଦ ରିପୋର୍ଟ ହସ୍ତଗତ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

ମାଲକାନଗିରି ରୁ ଦିଲିପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ  ଓଡିଶା।

Leave a Reply

Your email address will not be published. Required fields are marked *