ଚନ୍ଦିନୀମାଳ ଗ୍ରାମକୁ ନିଶା ମୁକ୍ତ କରିବାକୁ ମହିଳାଙ୍କ ଶପଥ।

ସମ୍ବଲପୁର ;ତା-୦୩/୦୨(ବିଏମସି ଟିଭି ଓଡିଆ)

କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଚନ୍ଦିନୀମାଲ ଗ୍ରାମ ପଞ୍ଚାୟତର ଲସା ଗ୍ରାମକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ନିଶା ମୁକ୍ତ କରିବାରେ ସଫଳ ହେବା ପରେ ଏହାର ପ୍ରଭାବ ପଞ୍ଚାୟତ ମହକୁମା ଚନ୍ଦିନୀମାଲରେ ପଡ଼ିଥିବା ଦେଖାଯାଇଛି । ଏଥିପାଇଁ ଚନ୍ଦିନୀମାଲ ଗାଁ ମଝିରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ରବିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂର୍ବତନ ସରପଞ୍ଚ ଜୟକିଶୋର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ହିରାଧର ପ୍ରଧାନ , ମିତ୍ରଭାନୁ ପ୍ରଧାନ, ଶୁରୁ ମଣି ସୁନାନି , ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ପାଣିଗ୍ରାହୀ , ୱାର୍ଡ ସଭ୍ୟା ଦ୍ବୟ ନୟନି ଷୋହେଲା ଓ ରଞ୍ଜିତା ମାଝୀ ଗ୍ରାମ୍ୟ କମିଟି ସଭାପତି ଅମିୟ କୁମାର ନାୟକ ପ୍ରମୁଖ ଭାଷଣ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହାପରେ ନିଜେ ନିଶା ନ ଖାଇବା ଓ ନିଶାଗ୍ରସ୍ତ ଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ମହାତ୍ମା ଗାନ୍ଧୀ ଓ ଡ଼. ଆମ୍ବେଦକରଙ୍କ ନାମରେ ଉପସ୍ଥିତ ଶତାଧିକ ମହିଳା ଗ୍ରାମବାସୀ ଶପଥ ପାଠକରି ଜନ ସଚେତନତା ପାଇଁ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ସ୍ତରରେ ଗଠିତ ନିଶା ନିବାରଣ ଅଭିଯାନର କର୍ମକର୍ତ୍ତା ଭାବରେ ପଦ୍ମିନୀ ମହାନନ୍ଦ ସଭାପତି, ଯଜ୍ଞସେନି ସେଠ ଉପ ସଭାପତି, ଚାନ୍ଦିନୀ ଜୟପୁରିଆ ସମ୍ପାଦକ ଓ ନମିତା ଧନ ସହ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏଥିପାଇଁ ଗଠିତ ଉପଦେଷ୍ଟା କମିଟିରେ ଅନିଲ ପଟେଲ, ସୁଶୀଲ ମିଶ୍ର , ଦିଲ୍ଲୀପ ପାଣିଗ୍ରାହୀ, ବିଜୟ ମାଝୀ, ପ୍ରହଲ୍ଲାଦ ସୁନାନି ଓ ଅନନ୍ତ କଂଶାରି ମନୋନୀତ ହେବା ସହ ଆଉ କୋଡ଼ିଏ ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିବା ପରେ ଗ୍ରାମ୍ୟ କମିଟି ସଭାପତି ଅମିୟ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *