ବୌଦ୍ଧ ; ତା-୧୦/୦୧ (ବିଏମସି ଟିଭି ଓଡ଼ିଆ)
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସ୍ଥିତ ଲାଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଏକ ମାସିକିଆ ମହିଳା ସିଲେଇ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଛି ꘡ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ରୁ ୩୫ ଜଣ ମହିଳା ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରୁଛନ୍ତି ꘡ ତାଲିମ କାର୍ଯ୍ୟକ୍ରମ ରେ ସୁବ୍ରତ କୁମାର ପଣ୍ଡା ଜିଲ୍ଲାପାଳ ଏବଂ ଡ଼ନ. ବଷକୋ. ଟି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଦୀପ ପ୍ରଜ୍ବଳନ କରି ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ꘡

ସୁବ୍ରତ କୁମାର ପଣ୍ଡା ଜିଲ୍ଲାପାଳ ବୌଦ୍ଧ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ଆତ୍ମନିଯୁକ୍ତିର ବିଭିନ୍ନ ଦିଗ ଏବଂ ଜୀବନ ର ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ଏହାସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ କୌଶଳ ବିକାଶ ର ବୈଷୟିକ ଜ୍ଞାନ ସହିତ ସଫଳ ଉଦ୍ୟଗୀ ହେବାର ସୂତ୍ର ଆଲୋଚନା କରିଥିଲେ ꘡ ଏହି କାର୍ଯ୍ୟକ୍ରମ କୁ ଶ୍ରୀ କାନନ ଖମାରୀ ସଂଯୋଜକ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ꘡ ପରିଶେଷରେ ଶ୍ରୀଯୁକ୍ତ ବିଚିତ୍ର ମହାପାତ୍ର ନିର୍ଦ୍ଧେଶକ ଆର ସେ ଟି ବୌଦ୍ଧ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ꘡

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।