ସ୍ତମ୍ଭ ପଡ଼ି ଶ୍ରମିକ ଆହତ,କୋରାପୁଟ ମେଡ଼ିକାଲରେ ଚିକିତ୍ସିତ।

କୋରାପୁଟ ;ତା-୦୩/୦୬(ବିଏମସି ଟିଭି ଓଡ଼ିଆ)

କିଛି ଦିନ ତଳେ କୋରାପୁଟ ବସଷ୍ଟାଣ୍ଡ ର ପୁରୁଣା କୋଠାର ଉପର ମହଲା ଭଙ୍ଗା କାମ ଚାଲିଥିବା ବେଳେ ସେଠାରେ କାମ କରୁଥିବା ଦଳେଇପୁଟ ଗ୍ରାମର ତ୍ରିଲୋଚନ ରାଉତ ନାମକ ଶ୍ରମିକଙ୍କ ଉପରେ ଭଙ୍ଗା ସ୍ତମ୍ଭ ପଡ଼ି ଯିବାରୁ ତାଙ୍କର ଗୋଡ଼ରେ ଆଘାତ ଲାଗିବାରୁ ତାଙ୍କୁ କୋରପୁଟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀଙ୍କ ଉପସ୍ଥିତିରେ ସଙ୍ଗେ ସଙ୍ଗେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ କୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତ ତ୍ରିଲୋଚନଙ୍କୁ ଅସ୍ଥିଶଲ୍ୟ ଅନ୍ତଃ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କର ଚିକିତ୍ସା ପାଇଁ ଯାହା ବି ସାହାଯ୍ୟ ଆବଶ୍ୟକ ପଡେ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବ ବୋଲି କୋରପୁଟ ପୌର ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ପ୍ରକାଶକ କରିଚ୍ଛନ୍ତି ।ସୂଚନାଯୋଗ୍ୟ ଦୀର୍ଘ ୧୫ବର୍ଷ ପରେ ବିପଦପୂର୍ଣ୍ଣ ଭାବେ ଥିବା ଏହି ପୁରୁଣା କୋଠାର ଉପର ମହଲାକୁ ଏହି କିଛି ଦିନ ହେଲା ପୌରପ୍ରଶାସନ ଭାଙ୍ଗିବାକୁ ଆରମ୍ଭ କରିଥିବା ବେଳେ ଦିନ ବେଳେ କାମ ଆରମ୍ଭ ସମୟରେ ପ୍ରଶାସନ ସତର୍କତା ପୂର୍ଣ୍ଣ ଭାବେ ଗାଡିଚଳାଚଳ ଓ ଜନସାଧାରଣଙ୍କ ପ୍ରଵେଶକୁ ବସଷ୍ଟାଣ୍ଡ ଭିତରକୁ ନିଶେଧ କରିଛି ।


କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *