ଶିଶୁ ସୁରକ୍ଷା ସର୍ମ୍ପକିତ କର୍ମ ଶାଳା ଅନୁଷ୍ଠିତ।

ନୟାଗଡ଼ ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ)

ଜ଼ିଲ୍ଲା ପରିଷଦର ସୃଜନ ସମିଳନୀ କକ୍ଷରେ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହ ଯୋଗରେ ଶିଶୁ ସୁରକ୍ଷା ଓ ଅଧିକାର ସମର୍କିତ ଏକ ଦିବାସିୟ ସଚେତନତା ତାଲିମି ସିବିର ଅନୁଷ୍ଠିତ ହୋଇ ଯାଇଅଛି।ଏହି କାର୍ଯ୍ୟ କ୍ରମକୁ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ପରିଚାଳନା କରିଥିଲେ।ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ  ଦିଲ୍ଲୀପ କୁମାର ବଳ ମୁଖ୍ୟ ଅତିଥି ଯୋଗ ଦେଇ ତାଲିମ କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିଲେ।
ସଂନମାନିତ ଅତିଥି ଭାବରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣ ର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇ ମହିଳା ଓ ଶିଶୁସୁରକ୍ଷା ବିଷୟରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣର ଦାୟୁତ ବିଷୟରେ ମତ ରଖିଥିଲେ। ଅନ୍ୟ ତମ ଅତିଥି ବରିଷ୍ଠ ଆଇନ ଯିବି ରମେଶ ଚନ୍ଦ୍ର ମହାରଣା, ପରିମଳ ଏଜିଓ ତରଫରୁ ଅମନ ମିଶ୍ର, କାମାକ୍ଷା ପ୍ରସାଦ ଦାସ ସୋହମ ଏଜିଓ ପ୍ରତିଷ୍ଠାତା ବକ୍ତା ଭାବରେ ଯୋଗ ଦେଇ ସେମାନଙ୍କର ମତ ବ୍ୟକ୍ତ କରିଥିଲେ।

ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଇନ ପାରିବିକ୍ଷା ଅଧିକାରୀ ମହମଦ ଅର୍ଶଦ ଅଂସାରୀ ଜ଼ିଲ୍ଲାରେ ଶିଶୁ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଅନୁଷ୍ଠାନ ଯଥା ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ବିଭାଗ, ଚାଇଲଡ ହେଲ୍ପ ଲାଇନ, ସ୍ଵତନ୍ତ ପୋଲିସ ୟୁନିଟ ର କାର୍ଯ୍ୟ କାରିତା ସଂପକରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ତାଲିମ ଦାତା ଭାବରେ କଟକରୁ ସଂଯୋଗ ର ନିର୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଙ୍ଗ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ଭୋଦିତ ଆଇନ ଓ ସରକାରୀ ଯୋଜନା ସମୂହ କୁ ପୃଖାନୁ ପୃଖ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟ କ୍ରମରେ ଜ଼ିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ପାରଳିଗଲା ଭଲେଣ୍ଟର ମାନେ ବହୁଳ ଭାବରେ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ଭଦିତ ଆଇନ ସରକାରୀ ଯୋଜନା ବିଷୟରେ ତାଲିମ ନେଇଥିଲେ। ଏହି କାର୍ଯ୍ୟ କ୍ରମରେ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମ କର୍ତ୍ତା ଓ ଚାଇଲଡ ହେଲ୍ପ ଲାଇନ୍ନ ର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ।ପରିଶେଷରେ ସତ୍ୟ ରଞ୍ଜନ ଦାସ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଯତ୍ନ) ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *