କୋରାପୁଟ ରେ ବିଶ୍ବ ରକ୍ତ ଦାତା ଦିବସ ପାଳିତ ।

କୋରାପୁଟ ;ତା-୧୪/୦୬(ବିଏମସି ଟିଭି ଓଡ଼ିଆ)

ଆଜି କୋରାପୁଟ ର ବିଭିନ୍ନ ସ୍ଥାନରେ ବିଶ୍ବ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି । ଆଜି ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ଠାରେ ଥିବା ରକ୍ତ ଭଣ୍ଡାର ରେ ବିଶ୍ଵରକ୍ତଦାତା ଦିବସ ପାଳିତ ହୋଇଯାଇଛି ।ମେଡ଼ିକାଲ୍ କଲେଜ ଅଧିକ୍ଷକ ଶୁଶାନ୍ତ ସାହୁ କାର୍ଯକ୍ରମ କୁ ଉଦଘାଟନ କରିବା ସହ ସଞ୍ଜୀବ ତ୍ରିପାଠୀ ଡ ଅଶୋକ ଦାସ ସମେତ ଅନ୍ୟ ରକ୍ଟଦାତା ଙ୍କୁ ସେମାନଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଉପକୌଢୋନ ଓ ମାନପତ୍ର ଦେଈ ସମ୍ମାନିତ କରାଯାଇଥିଲା ରକ୍ତଭଣ୍ଡାର ର ଅଫିସର୍ ଡ୍ ବଳିଆର ସିଂ ସମେତ ସମସ୍ତ ଷ୍ଟାପ ଏ ଉପଲକ୍ଷେ ଉପସ୍ଥିତ ଥିଲେ ।
ସେହିପରି ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ସ୍ଥାନୀୟ ପୋଲିସ୍ ପଡିଆ ଠାରେ ଏକ ରକ୍ଟଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯାହାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିବା ସହ୍ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଜିଲାପାଳ ଏସପି ଓ ଅବକାରୀ ଅଧିକ୍ଷକ କୋରାପୁଟ ବିଧାୟକ ଉପସ୍ଥିତ ।

କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *