ସମ୍ବଲପୁର :ତା.୨୧/୦୩(ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ବନଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ପରିବେଶବିତ୍ ପଣ୍ଡିତ ଅଲେଖ ପତି, ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ, ଓ ସାମ୍ବାଦିକ ଗଗନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନସୁରକ୍ଷା, ସାମାଜିକ ବନିକରଣ, ବୃକ୍ଷରୁ ପାଉଥିବା ଉପକାର, ଆବଶ୍ୟକତା ବିଷୟରେ ବୁଝାଇବା ସହିତ ଏହା କିପରି ଧ୍ବଂସ ହେବନାହିଁ ସେ ନେଇ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ସମ୍ପ୍ରତି ଭୁବନେଶ୍ୱରରେ ବନ ଓ ବନ ଓଡ଼ିଆ ସାହିତ୍ୟ ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ ହୋଇ ଥିବାରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଶେଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।