କୋଲନାର ;ତା-୨୫/୦୪(ବିଏମସି ଟିଭି ଓଡ଼ିଆ)
କୋଲନରା ବ୍ଲକ ଅଧୀନରେ ଥିବା ବାଙ୍କୀଲି ପଂଚାୟତ ରେ ବିଶ୍ୱ ମେଲେରିୟା 2025 ଦିବସ ପଂଚାୟତ ର ଆଶା କର୍ମୀ ଙ୍କ ସହଯୋଗୋ ରେ ମେଲେରିଆ, ଡେଙ୍ଗୁ, ପାଇଲେରୀଆ, ଆଦି ମଶା ବାହିତ ରୋଗରୁ ଦୁରେଇ ରହିବା ପାଇଁ ନିୟମିତ ମଶାରୀ ବ୍ୟବହାର କରିବା ନିମନ୍ତେ ଶ୍ରୀମତୀ ଗୋଡେଇ ANM ସଚେତନା କରିଥିଲେ ।ଜ୍ଵର ହେଲେ ନିକଟସ୍ଥ ଆଶା ସ୍ୱାସ୍ଥ୍ୟକର୍ମୀ ଙ୍କ ନିକଟରେ ରକ୍ତ ପରୀକ୍ଷା ମାଗଣା ମେଡ଼ିସିନ ଏବଂ ମଶାରୀ ଟାଣି ସହିବା ବିଷୟରେ ସଚେତନତା କରିଥିଲେ । ପାହାଡିଆ ଅଞ୍ଚଳ ହୋଇଥିବା ଜଗୁ ଅଞ୍ଚଳ ରେ ଅନୁସୂଚିତଜାତି ଜନଜାତି ବର୍ଗ ବହୁ ସଂଖ୍ୟା ରେ ରହୁଛନ୍ତି ।ଏହି ଅଞ୍ଚଳ ରେ ତିନିହଜାର ଭଟର ରହିଥିବା ବେଳେ 80%ହିତାଧିକାରୀ ଡ଼ଙ୍ଗର ଜମି ଏବଂ ଚାଷ ଉପରେ ନିର୍ବର କରି ରହନ୍ତି ଯାହା ପଳରେ ମେଲେରିୟା ହେବା ଅଧିକ ସମ୍ଭବନା ଥାଏ ।

ଏହି ପଂଚାୟତ ରେ ୧୨ ଗୋଟି ୱାର୍ଡ ରହିଥିବା ବେଳେ ୧୪ଗୋଟି ଗ୍ରାମ ରହିଛି ଏଣୁ ଗୋଟିଏ ANM ବହୁଅସୁବିଧା ରେ ସମ୍ମୁଖୀନ ହେଉଛି ବୋଲି ପୂର୍ବତନ ସମିତିସଭ୍ୟ ସହିତ ବୁଦ୍ଧିଜୀବୀ ମାନେ ମତଦେଇଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପଯ୍ୟନ୍ତ ସ୍ୱାସ୍ଥ୍ୟ ଉପରେ ଯେତିକି ସୁବିଧା ଜଗାଇ ଦିଆଯାଉଛି ତାହା ଅଙ୍ଗନବାଡ଼ି ଏବଂ ଆଶା ମାନଙ୍କୁ ବହୁତ କାମ କରିବାକୁ ପଡୁଛି ଯାହା ପଳରେ ସାଧାରଣଜନତା ଅସୁବିଧା ର ସମ୍ମୁଖୀନ ପାଉଛନ୍ତି ବୋଲି ବିଜେଡି ନେତା କାମେଶ୍ୱର ମାଣ୍ଡାଙ୍ଗୀ କହିଛନ୍ତି । ANM ଶ୍ରୀ ମତୀ ଗୋଡେଇ ଙ୍କ ଅନୁରୋଧ କ୍ରମେ ଏହି ବିଶ୍ୱଦିବସରେ ଆଶା ସମାଜସେବି ଶ୍ରୀ ସାନି ହିମିରିକା ସହଯୋଗ କରିଥିଲେ । ଏଥିରେ ସପୂର୍ଣ ବାଭରେ ସାଧାରଣ ଲକଙ୍କୁ ସଚେତନତା ହେବା ନିମନ୍ତେ ବୁଝାଇ ଥିଲେ ।

କୋଲନାର ରୁ ନିରଞ୍ଜନ ନିମାଲ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।