ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ।

ସମ୍ବଲପୁର ;ତା-୦୩/୦୩(ବିଏମସି ଟିଭି ଓଡିଆ)

କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ମହାରାଷ୍ଟ୍ରର ବୃଦ୍ଧି ଫାଉଣ୍ଡେସନର ସଂଯୋଜକ ବିନାୟକ ସେହେଗଲ ମୁଖ୍ୟବକ୍ତା , ସାମାଜିକ କର୍ମୀ ପଞ୍ଚାନନ ପଧାନ ଓ ପ୍ରଦୀପ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିବସର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ । ଅତିଥିମାନେ ତାଙ୍କ ଅଭିଭାଷଣରେ ବନ୍ୟପ୍ରାଣୀ ବିଶ୍ଵକୁ ଈଶ୍ବରଙ୍କ ଏକ ମହାଦାନ, ସେଥିପାଇଁ ବିଶ୍ଵର ପ୍ରାକୃତିକ ଭାରସାମ୍ୟ ରକ୍ଷା ସକାଶେ ବନ୍ୟପ୍ରାଣୀ ବିନା ମନୁଷ୍ୟ ସମାଜ ପୂର୍ଣ୍ଣାଙ୍ଗ ହୋଇ ପାରିବନି ବୋଲି କହିଥିଲେ ।ଏହି ଅବସରରେ ନର୍ସିଂ କଲେଜ୍‌ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରା ଯାଇଥିଲା।

ଶେଷରେ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ର ଉପସଭାପତି ରମେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବରେ କୁଚିଣ୍ଡା ବନ୍ୟାଞ୍ଚଳ ଅନ୍ତର୍ଗତ ସଲେଭାଡ଼ିଠାରେ ଏହି ସଂସ୍ଥା ପକ୍ଷରୁ ରାହାସ ବିହାରୀ ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରି ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ ବଣରେ ନିଆଁ ନ ଲାଗିବ ଓ ଯଦି ନିଆଁ ଲାଗିଗଲେ ନିର୍ବାପନ କରିବାକୁ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ସହ ଆଦିବାସୀ ସାମାଜିକ କର୍ମୀ କରୁଣାକର କିସାନ, ଲକ୍ଷ୍ମଣ କିସାନ, ବନପାଳ ତିକନ୍ ଚାନ୍ଦ ଚୌଧୁରୀ, ବନରକ୍ଷୀ ଅତିସ ନାଏକ, ସ୍ବପ୍ନ ସାଗର ସାହୁ, ଶିକ୍ଷକ ପ୍ରଦୀପ କୁମାର ପଟେଲ, ସଞ୍ଜୀବ ପଟେଲ, ରଞ୍ଜନ ନାୟକ ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *