ହାତୀ ଆକ୍ରମଣରେ ଯୁବକ ମୃତ ।

ମୟୂରଭଞ୍ଜ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)

ବାରିପଦା ସହର ଉପକଣ୍ଠରେ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ଟିକିଆ ହାତୀପଲ ଚଳପ୍ରଚଳ କରି ଉତ୍ପାତ ଚଳାଇଥିବାରୁ କଲବଲ ହେଉଛି ସାଧାରଣ ଜନଜୀବନ । ତେବେ ଆଜି ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁଁହାମୁହିଁ ହୋଇଥିଲେ। ଆଉ ମଧୁସୂଦନ ଖସି ଯିବାକୁ ଉଦ୍ୟମ କରିବା ସମୟରେ ହାତୀ ଶୁଣ୍ଢରେ ଟେକିନେଇ କଚାଡି ଦେଇଥିଲା। ତେବେ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପିଆର ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏଘଟଣାକୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବନବିଭାଗର ଅପାରଗତାରୁ ମୃତ୍ୟୁ ହୋଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ନିକଟରେ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀପଲର ଉପଦ୍ରବ ଲାଗି ରହିଥିବା ଘଟଣା ସାମ୍ନାକୁ ଆସିଥିଲା। ଏମିତିକି ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଧାନଖଳାରେ ଧାନ ଖାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଅଦିନିଆ ବର୍ଷା ଅମଳ ସମୟରେ ଚାଷୀଙ୍କୁ ଅସହାୟ କରି ଦେଇଥିବା ବେଳେ ଏବେ ହାତୀପଲ କଲବଲ କରୁଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *