ଗଜପତି ; ତା-୧୫/୦୧(ବିଏମସି ଟିଭି ଓଡ଼ିଆ)
ଗଛରୁ ପଡି ଯୁବକ ମୃତ । ବିଦ୍ୟୁତ ସଂସ୍ପର୍ଷରେ ମୃତ୍ୟୁ ଅଭିଯୋଗ କରି ରାସ୍ତା ଅବରୋଧ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧୀନ ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ବଡପଦା ଗ୍ରାମରେ । ମୃତ ଯୁବକ ହେଲେ ରାମଗିରି ଗ୍ରାମର ୩୧ ବର୍ଷୀୟ କାଳିଆ ଗଉଡ । ସୂଚନା ମୃତାବକ ଗତକାଲି ମକର ସଂକ୍ରାନ୍ତି ପାଳନ କରିବା ନିମନ୍ତେ କାଳିଆ ତାଙ୍କୁ ଭଉଣୀ ଜୁଇଁ ଘରକୁ ବଡପଦା ଆସିଥିଲେ ।

ଆଜି ସକାଳେ ତାଙ୍କ ଚାରିପଟ ଥିବା ପଣସ ଗଛରୁ ପଣସ ତୋଳିବା ପାଇଁ ଯାଇଥିଲେ । ହଟାତ ଗଛରୁ ତଳେ କଚାଡି ହୋଇ ପଡି ଯାଇଥିଲେ । ସ୍ଥାନୀୟ ଲୋକେ କାଳିଆଙ୍କୁ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗଛରେ ଲାଗି ବିଦ୍ୟୁତ ତାର ଯାଇଥିବାରୁ ସେ ବିଦ୍ୟୁତ୍ ତାର ଯାଇଥିବାରୁ ସେ ବିଦ୍ୟୁତ ଆଘାତରେ ତଳକୁ ଛିଟିକି ପଡିଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଦେଇ ଯାଉଥିବା ଜାତୀୟ ରାଜପଥ ୩୨୬(ଏ) ରାସ୍ତା ଅବରୋଧ କରିଥିଲେ । ଖଜୁରୀପଦା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗା ପହଞ୍ଚି ଶବକୁ ଜବତ କରି ଲୋକଙ୍କୁ ବୁଝାସୁଝା କରିବା ପରେ ଓ ବିଦ୍ୟୁତ ବିଭାଗର କିଛି ସହାୟତାର ଦେବାକୁ ରାଜୀ ପରେ ରାସ୍ତା ଅବରୋଧ ହଟିଥିଲା ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।